ମୁମ୍ବାଇ: ମହାରାଷ୍ଟ୍ରର ଔରାଙ୍ଗବାଦ ସହରରେ, ଥିବା ଏକ ଦୋକାନକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ଦୋକାନରେ ଲାଗିଥିବା ବୋର୍ଡ ଏବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ସେଇ ବୋର୍ଡରେ ଲେଖା ଯାଇଛି, “ଯଦି ସମ୍ଭବ ପଇସା ଦିଅନ୍ତୁ ,ନଚେତ୍ ମାଗଣାରେ ନିଅନ୍ତୁ । ଆଉ ଦୋକାନୀଙ୍କ ଏଭଳି ପ୍ରୟାସକୁ ଅନେକ ଲୋକ ପ୍ରଶଂସା କରୁଛନ୍ତି । ବନ୍ଦ ଯୋଗୁଁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ସେ ଏଭଳି ଉପାୟରେ ପନିପରିବା ଯୋଗାଉଛନ୍ତି।
ରାହୁଲ ଲାବାଡେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଲକ ଡାଉନ ସମୟରେ, ଯେତେବେଳେ ଏକ ଘରୋଇ କମ୍ପାନୀ ତାଙ୍କୁ ଦରମା ଦେବା ବନ୍ଦ କରିଦେଲା, ସେତେବେଳେ ରାହୁଲ ରୋଜଗାର ପାଇଁ ତାଙ୍କ ପିତାଙ୍କ ସହ ପନିପରିବା ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରାରମ୍ଭରେ ସେ ଅନ୍ୟ ପନିପରିବା ବିକ୍ରେତାଙ୍କ ପରି ବଜାର ମୂଲ୍ୟରେ ପନିପରିବା ବିକ୍ରି କରୁଥିଲେ କିନ୍ତୁ ପରେ ସେ ଅଭାବୀ ଏବଂ ଗରିବ ଲୋକଙ୍କୁ ମାଗଣାରେ ପନିପରିବା ଦେବାକୁ ସ୍ଥିର କଲେ ।
ସେ କହିଥିଲେ ଯେ ଜଣେ ମହିଳା ପାଞ୍ଚ ଟଙ୍କା ଧରି ତାଙ୍କ ଦୋକାନକୁ ପନିପରିବା କିଣିବାକୁ ଆସିଥିଲେ। ବୃଦ୍ଧ ମହିଳା ମୋ ପାଖକୁ ଆସି ତାଙ୍କୁ ପାଞ୍ଚ ଟଙ୍କା ପନିପରିବା ଦେବାକୁ କହିଥିଲେ, କାରଣ ତାଙ୍କ ପାଖରେ ଆଉ ଟଙ୍କା ନଥିଲା। ଏହା ପରେ, ମୁଁ ତାଙ୍କୁ ମାଗଣାରେ ପନିପରିବା ଦେଇଥିଲି । ଏହା ପରେ ମୁଁ ସ୍ଥିର କଲି ଯେ ଏପରି ଲୋକଙ୍କୁ ସାହାଯ୍ୟ କରିବି କି ,ଯେଉଁମାନେ କିଣିବା ସ୍ଥିତିରେ ନାହାଁନ୍ତି, ସେମାନଙ୍କୁ ମୁଁ ମାଗଣାରେ ପନିପରିବା ଦେବି । ରାହୁଲ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ମୋର ଆର୍ଥିକ ସ୍ଥିତି ଭଲ ଅଛି ସେ ପର୍ଯ୍ୟନ୍ତ ମୁଁ ଏହି କାର୍ଯ୍ୟ ଜାରି ରଖିବି ।