କାଲିଫର୍ନିଆ: ସୋସିଆଲ ମିଡିଆରେ ନିଜ ଫଟୋ ପୋଷ୍ଟକୁ ନେଇ ବେଶ ଚର୍ଚ୍ଚାରେ କାଲିଫର୍ନିଆର ମାଇକ୍ ସ୍କଲ୍ଟଜ୍ । ମାଇକ୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ସେୟାର କରି କହିଛନ୍ତି ଯେ, ନିକଟରେ ସେ କରୋନାଭାଇରସ୍ ସଂକ୍ରମଣରେ ପୀଡିତ ହୋଇଥିଲେ, ଯାହା ପରେ ତାଙ୍କ ଶରୀରରେ ଏକ ଅଦ୍ଭୁତ ପରିବର୍ତ୍ତନ ହୋଇଥିଲା। କେବଳ ଏତିକି ନୁହେଁ ଏହି ରୋଗ ହେତୁ ତାଙ୍କର ୨୦ କିଲୋଗ୍ରାମ ଓଜନ ମଧ୍ୟ ହ୍ରାସ ପାଇଛି।
ଏନେଇ ମାଇକ୍ ତାଙ୍କର ଦୁଇଟି ଫଟୋକୁ ସୋସିଆଲ୍ ମିଡିଆରେ ଏକାଠି ସେୟାର କରିଛନ୍ତି, ସେଥିମଧ୍ୟରୁ ଗୋଟିଏ ରୋଗ ପୂର୍ବରୁ ଏବଂ ଗୋଟିଏ ରୋଗ ପରେ। ଯେଉଁଥିରେ ଆପଣ ମାଇକର ଶରୀରରେ ଦେଖା ଦେଇଥିବା ପରିବର୍ତ୍ତନକୁ ସ୍ପଷ୍ଟ ଭାବରେ ଦେଖିପାରୁଥିବେ ।
ମାଇକ୍ କହିଛନ୍ତି ଯେ ଯେତେବେଳେ ସେ ଏହି ରୋଗ ବିଷୟରେ ଜାଣିଲେ, ସେତେବେଳେ ତାଙ୍କର ଓଜନ ୮୬ କିଲୋଗ୍ରାମ ଥିଲା। ମାତ୍ର ୬ ସପ୍ତାହ ଧରି ଏହି ରୋଗ ସହିତ ଲଢେଇ କରି ତାଙ୍କର ଓଜନ ୬୩ କିଲୋଗ୍ରାମକୁ ଖସି ଆସିଥିଲା । ମାଇକ୍ ତାଙ୍କ ଫଟୋ ମାଧ୍ୟମରେ ଲୋକଙ୍କୁ ଏକ ବାର୍ତ୍ତା ପଠାଇବାକୁ ଚାହୁଁଥିଲେ । ଘରେ ରୁହନ୍ତୁ , ସୁରକ୍ଷିତ ରୁହନ୍ତୁ କାରଣ ଏହି ରୋଗ ଆପଣଙ୍କ ଶରୀରକୁ ଦୁର୍ବଳ କରିଥାଏ। ସେ ତାଙ୍କ ଫଟୋ ମାଧ୍ୟମରେ ଜଣାଇବାକୁ ଚାହୁଁଥିଲେ ଯେ ଏହି ରୋଗ କାହା ସହିତ ବି ହୋଇପାରେ।
ମାଇକ୍ କହିଛନ୍ତି ଯେ, ତୁମେ ଯୁବକ କି ବୃଦ୍ଧ, ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ… ଏହି ରୋଗ ଯେ କୌଣସି ସମୟରେ ହୋଇପାରେ, କୋଭିଡ୍ 19 ହେତୁ ମୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ଥିଲି । ମାର୍ଚ୍ଚ ୧୬ ରେ ମୁଁ ଏହି ସଂକ୍ରମଣ ବିଷୟରେ ଜାଣିଥିଲି, କିଛି ଦିନ ପରେ ମୁଁ ନିଶ୍ୱାସ ନେବାରେ ଅସୁବିଧା ହେଲା । ଏହା ପରେ ମୁଁ ହସ୍ପିଟାଲରେ ଭର୍ତ୍ତି ହେଲି । ୬ ସପ୍ତାହ ହସ୍ପିଟାଲରେ ରହିବା ପରେ, ଯେତେବେଳେ ମୁଁ ମୋର ଶରୀରକୁ ଦର୍ପଣରେ ଦେଖିଲି, କିଛି ସମୟ ପାଇଁ ମୋ ଆଖିରେ ଲୁହ ଆସିଗଲା । ମୋ ଶରୀରକୁ ପୂର୍ବ ପରି କରିବା ପାଇଁ ମୁଁ ବ୍ୟାୟାମ ଏବଂ ଜିମ୍ କରୁଛି ।