OdiaUncategorized

ଜୀବନ ହାରିଲେ ପୁଣି ଜଣେ ଅଭିନେତା, ଝୁଲନ୍ତା ଅବସ୍ଥାରେ ଘରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ: ପୁଣି ଏକ ବଡ଼ ଦୁଃଖଦ ଖବର ସିନେମା ଜଗତରୁ ଆସୁଛି । ଅଭିନେତା ସମୀର ଶର୍ମାଙ୍କ ଦେହାନ୍ତ ହୋଇଛି। ସମୀର ଶର୍ମାଙ୍କ ମୃତଦେହ ମୁମ୍ବାଇର ମାଲାଡରେ ଥିବା ଘରେ ଫ୍ୟାନରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ସମୀର ‘କାହାନୀ ଘର କି’ ସମେତ ଅନେକ ଟିଭି ଶୋ’ରେ କାମ କରିଥିଲେ ।

View this post on Instagram

Miss U Sir 😥😥😥

A post shared by Sameer_sharma (@sammer_sharma_fc) on

ସୂଚନା ଅନୁଯାୟୀ, ସମୀର ଶର୍ମା କିଛି ଦିନ ହେବ ନଜର ଆସିନଥିଲେ । ଏଥି ସହିତ ଯେତେବେଳେ ତାଙ୍କ ଫ୍ଲାଟରୁ ଦୁର୍ଗନ୍ଧ କରିବାକୁ ଲାଗିଲା, ସେତେବେଳେ ଫ୍ଲାଟର ଜଗୁଆଳି ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଘର ଖୋଲିବା ପରେ ଅଭିନେତା ସମୀର ଶର୍ମାଙ୍କ ମୃତଦେହକୁ ଫ୍ୟାନରେ ଝୁଲୁଥିବାର ଦେଖିବାକୁ ପାଇଥିଲେ ।

କୁହାଯାଉଛି ଯେ ସମୀର ଶର୍ମାଙ୍କର ପ୍ରାୟ ଦୁଇ ଦିନ ପୂର୍ବେ ମୃତ୍ୟୁ ଘଟିଥିଲା ​​ଏବଂ ଯେତେବେଳେ ଶରୀରରୁ ଦୁର୍ଗନ୍ଧ ଆସିବା ଆରମ୍ଭ ହୋଇଥିଲା, ସେତେବେଳେ ତାଙ୍କ ଆଖପାଖର ଲୋକମାନେ ସନ୍ଦେହ ପ୍ରକଟ କରିଥିଲେ । ଏହା ପରେ ପୋଲିସକୁ ଖବର ଦେଇଥିଲେ ।

View this post on Instagram

#sameersharma #rip

A post shared by Vivek Kushwaha (@thevivekkushwaha1) on

Tags

Related Articles

Back to top button
Close