ଭୁବନେଶ୍ୱର: ଜରୁରୀକାଳୀନ ଅବତରଣ ସମୟରେ ଦୁଇଖଣ୍ଡ ହୋଇଗଲା ବିମାନ । ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, କୋଷ୍ଟାରିକାର ଜୁଆନ ସାଣ୍ଟାମାରିଆ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା। DHL କମ୍ପାନୀର ବୋଇଙ୍ଗ 757-200 କାର୍ଗୋ ବିମାନକୁ କୌଣସି ଏକ କାରଣରୁ ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡିଥିଲା । ହେଲେ ଠିକ ଏହି ସମୟରେ ବିମାନଟି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା ।
A DHL plane slid out of control and crashed on the runway of Juan Santa Maria Airport in Costa Rica on Thursday. pic.twitter.com/2DTl8pUaST
— CBS News (@CBSNews) April 8, 2022
ଭାଇରଲ ହେଉଥିବା ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ, ବିମାନଟି ରନୱେରେ ଅବତରଣ କରିବା ମାତ୍ରେ ସନ୍ତୁଳନ ହରାଇବସେ । ଏହା ପରେ ପାଇଲଟ ଯେତେବଳେ ଦିଗ ପରିବର୍ତ୍ତନ କରନ୍ତି ଠିକ ସେତିକି ବେଳେ ବିମାନର ପଛ ଭାଗ ଭାଙ୍ଗିଯାଏ। ହେଲେ ଏହି ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ଡିଏଚଏଲ୍ କମ୍ପାନୀ ପକ୍ଷରୁ କୁହାଯାଇଛି ।