ଭୁବନେଶ୍ୱର: ବିଦ୍ୟାଳୟରେ ଟଏଲେଟ ସଫା କଲେ ମନ୍ତ୍ରୀ । ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଅଚାନକ ବାଲେଶ୍ଵର ଜିଲ୍ଲା ଖଇରା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ତାଙ୍କ ନଜରରେ ପଡିଥିଲା ଛାତ୍ରଛାତ୍ରୀମାନେ ବ୍ୟବହାର କରୁଥିବା ଟଏଲେଟ ଓ ବେସିନ ଉପରେ । ଟଏଲେଟ ଅପରିଷ୍କାର ଦେଖି ମନ୍ତ୍ରୀ ନିଜ ହାତରେ ଝାଡୁ ଧରି ସଫା କରିବାକୁ ଲାଗିଥିଲେ । ମନ୍ତ୍ରୀଙ୍କ ଏଭଳି ଭିଡିଓ ଭାଇରଲ ହେବା ପରେ ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା ମନ୍ତ୍ରୀ ହେବତ ଏମିତି ।
ଛାତ୍ରଛାତ୍ରୀ ମାନେ ହେଉଛନ୍ତି ଆଗାମୀ ଭବିଷ୍ୟତ, ସୁନ୍ଦର ଭବିଷ୍ୟତ ପାଇଁ ସ୍ୱାସ୍ଥ୍ୟର ଯତ୍ନ ନେବାର ଆବଶ୍ୟକ ଅଛି । ତେବେ ପିଲାମାନେ ବ୍ୟବହାର କରୁଥିବା ପାଇଖାନା ଓ ବେସିନ ପରିଷ୍କାର ରହିବା ନିହାତି ଦରକାର ବୋଲି ମନ୍ତ୍ରୀ କହିଥିଲେ।