ଭୁବନେଶ୍ୱର: ଭାରତରେ ଡ୍ରୋନ୍ ମାଧ୍ୟମରେ ଖାଦ୍ୟ ସାମଗ୍ରୀ ବିତରଣ ହେବ । ଏଥିପାଇଁ ସ୍ୱିଗି, ଜୋମାଟୋ ଏବଂ ଡନଜୋଙ୍କୁ ପରୀକ୍ଷା ପାଇଁ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ) ଅନୁମତି ଦେଇଛି।
ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଏହି କମ୍ପାନୀଗୁଡିକ ଭାରତର କେତେକ ସହରରେ ଡ୍ରୋନ୍ ପରୀକ୍ଷା କରିବାକୁ ଅନୁମତି ପାଇଛନ୍ତି। ଜୁଲାଇର ପ୍ରଥମ ସପ୍ତାହରୁ, ଆପଣ ଆକାଶରେ ସାମଗ୍ରୀ ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ପାଇବେ । ପାଇଲଟ୍ ଭିତ୍ତିରେ ଦୀର୍ଘ ଦୂରଗାମୀ ଡ୍ରୋନ୍ ଅନୁମତି ଦେବ ବୋଲି କେନ୍ଦ୍ର ସରକାର ଗତ ବର୍ଷ ଘୋଷଣା କରିଥିଲେ। ଗତ ବର୍ଷ ଅକ୍ଟୋବରରେ ଡିଜିସିଏ ୨୦୨୦ ରେ ୩୪ ଆବେଦନକାରୀଙ୍କ ମଧ୍ୟରୁ ୭ ଟି କମ୍ପାନୀକୁ ତାଲିକାଭୁକ୍ତ କରିଥିଲା । ତେବେ ଡ୍ରୋନ୍ ମାଧ୍ୟମରେ ବ୍ୟବସାୟିକ ବିତରଣ ଖୁବ କମ୍ ଦେଶରେ ବ୍ୟବହୃତ ହେଉଛି ।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ,ଗାଡ଼ିରେ ବିତରଣ କରୁଥିବା କମ୍ପାନୀ ଡ୍ରୋନ୍ ଦ୍ୱାରା ସାମଗ୍ରୀ ବିତରଣ ପାଇଁ TSAW ଡ୍ରୋନ୍ସ ସହିତ ହାତ ମିଳାଇଛନ୍ତି । କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ବଜାରରେ ୨୦୦ ଟି ଡ୍ରୋନ୍ ଲଞ୍ଚ କରିବାକୁ ଯାଉଛି। ଏହି ଡ୍ରୋନ୍ ଗୁଡିକ ବର୍ତ୍ତମାନ ଦିଲ୍ଲୀ-ଏନସିଆର, ବେଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବାଇ ଏବଂ ପୁନେ ରେ ବିତରଣ କରିବ।