ଭୁବନେଶ୍ୱର: ମାନବ ସଭ୍ୟତାର ଆରମ୍ଭରୁ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ରହିଆସିଛି । ଏହି ପଶୁମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ମାଙ୍କଡ଼। ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଆପଣଙ୍କ ହୃଦୟକୁ ସ୍ପର୍ଶ କରିବ।
ଭାଇରାଲ ଭିଡିଓରେ, ଏକ ମାଙ୍କଡ଼ ଜଣେ ବୃଦ୍ଧାଙ୍କୁ ସ୍ନେହରେ ଗେଲ କରୁଛି ଏବଂ ସେଠାରୁ ଚାଲିଯାଉଛି । ବୃଦ୍ଧା ଜଣକ ଗତ ଦୁଇ ଦିନ ଧରି ଅସୁସ୍ଥ ଥିଲେ। ବିଞ୍ଚଣାର ଶୋଇଥିବା ବେଳେ ମାଙ୍କଡ଼ଟି ମହିଳାଙ୍କ ନିକଟରେ ପହଞ୍ଚି ଯାଏ ଏବଂ ମହିଳାଙ୍କ ଉପରେ ବସି ସ୍ନେହ ବ୍ୟକ୍ତ କରେ । ମଣିଷଙ୍କ ପରି ମାଙ୍କଡ଼ଟିର ଏପରି ବ୍ୟବହାର ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ।
रोज सुबह एक वृद्घा बंदरों को रोटी देती थी. बीमार होने की वजह से दो दिन रोटी नहीं दे पाई तो बंदर उनका हाल जानने के लिए उसके पास आए.
दिल को छूने वाले क्षण.❤️ pic.twitter.com/K4TdCSKL3w
— Awanish Sharan (@AwanishSharan) April 2, 2022
କହିବାକୁ ଗଲେ ବୃଦ୍ଧା ଜଣକ ପ୍ରତିଦିନ ମାଙ୍କଡମାନଙ୍କୁ ଖାଇବାକୁ ଦେଉଥିଲେ । ହେଲେ ଅସୁସ୍ଥତା କାରଣରୁ ବୃଦ୍ଧା ଜଣକ ୨ ଦିନ ଧରି ମାଙ୍କଡକୁ ଆଉ ଖାଇବାକୁ ଦେଇପାରିନଥିଲେ। ଏହା ପରେ, ମାଙ୍କଡ଼ଟି ହଠାତ ମହିଳାଙ୍କ ନିକଟକୁ ଚାଲି ଆସିଥିଲା । ବୃଦ୍ଧାଙ୍କୁ ବିଞ୍ଚଣାର ଶୋଇଥିବାର ଦେଖି ମାଙ୍କଡଟି ତାଙ୍କୁ ଆଲିଙ୍ଗନ କରିଥିଲା । ମାଙ୍କଡ ଏବଂ ବୃଦ୍ଧାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଆଇଏଏସ୍ ଅଧିକାରୀ ଅବିନାଶ ସରନ ନିଜ ଟ୍ୱିଟର ଆକାଉଣ୍ଟରୁ ପୋଷ୍ଟ କରିଛନ୍ତି।