ଭୁବନେଶ୍ୱର: ଦିନକୁ ଦିନ ପେଟ୍ରୋଲ ମୂଲ୍ୟ ବୃଦ୍ଧି ହେତୁ ଏହିପରି ବାଇକ ଆପଣମାନଙ୍କ ପାଇଁ ଏକ ଆରାମଦାୟକ ହେବ, ଯାହାକି ଅଧିକ ମାଇଲେଜ୍ ଦେଇଥାଏ। ଯଦି ଆପଣ ଏକ ମୋଟରସାଇକେଲ କିଣିବାକୁ ଚିନ୍ତା କରୁଛନ୍ତି ଯାହା କି ଶସ୍ତା ଏବଂ ଅଧିକ ମାଇଲେଜ୍ ଦେଉଥିବ, ତେବେ ଏହି ଖବର ଆପଣଙ୍କ ପାଇଁ ଲାଭଦାୟକ ହେବ ।
TVS Sport
ଟିଭିଏସ୍ ସ୍ପୋର୍ଟର ଏକ୍ସ-ସୋ’ରୁମ୍ ମୂଲ୍ୟ ୬୦ ହଜାରରୁ ଆରମ୍ଭ ହୋଇ ୬୬ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇଥାଏ। ଏହା ଟିଭିଏସ୍ ର ସର୍ବାଧିକ ବିକ୍ରି ହେଉଥିବା ମୋଟରସାଇକେଲ୍ । 109cc ଇଞ୍ଜିନ୍ ର ଏହି ବାଇକ୍ ୧୧୦ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ଦେଇଥାଏ ବୋଲି କମ୍ପାନୀ ଦାବି କରିଛି।
Hero HF DELUXE
ଦିଲ୍ଲୀର ରେ ହିରୋ HF DELUXE ମୂଲ୍ୟ ୫୬,୦୭୦ ରୁ ଆରମ୍ଭ ହୋଇ ୬୩,୭୯୦ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ । 97.2cc ଇଞ୍ଜିନ୍ ର ଏହି ବାଇକ୍ ୧୦୦ କିଲୋମିଟରରୁ ଅଧିକ ମାଇଲେଜ୍ ଦେଇପାରେ।
Bajaj Platina 100
ବଜାଜ ପ୍ଲାଟିନା ୧୦୦ ର ଏକ୍ସ-ସୋରୁମ୍ ମୂଲ୍ୟ ୬୧ ହଜାର ଟଙ୍କା । 102cc 4 ଷ୍ଟ୍ରୋକ, DTS-i, ଏକକ ସିଲିଣ୍ଡର ଇଞ୍ଜିନ୍ ଥିବା ର ଏହି ବାଇକ୍ ୭୦ କିମି ରୁ ଅଧିକ ମାଇଲେଜ୍ ଦେଇଥାଏ ।